ବାଲିରେ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲି ଦ୍ବୀପକୁ ଆଜି ଯାତ୍ରା କରିବେ।ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ଅଂଶ ଗ୍ରହଣ କରିବେ। ୪୫ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨୦ଟି ପ୍ରମୁଖ ଅଧିବେଶନ ଓ କେତେକ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଅନ୍ୟ ବିଶ୍ବନେତାଙ୍କ ସହିତ ଆଲୋଚନା ସମେତ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ପ୍ରଧାନମନ୍ତ୍ରୀ ବିଶ୍ୱ ଅର୍ଥନୀତିର ସ୍ଥିତି, ଶକ୍ତି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ କାରବାର ପ୍ରସଙ୍ଗରେ ଆଲୋଚନା କରିବାର ସୂଚନା ମିଳିଛି ।