ଆଶାରାମ ବାପୁଙ୍କୁ ମିଳିଲା ଅନ୍ତରୀଣ ଜାମିନ
ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ(୮୬)ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶାରାମଙ୍କ ବୟସ ଓ ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ଏମ୍. ଏମ୍. ସୁନ୍ଦ୍ରେଶ ଏବଂ ଜଷ୍ଟିସ୍ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ମାର୍ଚ୍ଚ ୩୧ଯାଏ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ ସର୍ବୋଚ୍ଚ ଅଦାଲତ କେତେକ ସର୍ତ୍ତ ରଖିଛନ୍ତି। ଏହି ଅବଧି ମଧ୍ୟରେ ଆଶାରାମ ତାଙ୍କ ଅନୁଗାମୀମାନଙ୍କୁ ଭେଟିପାରିବେ ନାହିଁ।