ଆଶାରାମ ବାପୁଙ୍କୁ ମିଳିଲା ଜାମିନ

ରାଜସ୍ଥାନ ହାଇକୋର୍ଟ ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅସୁସ୍ଥତାକୁ ଦୃଷ୍ଟିରେ ରଖି ଜଷ୍ଟିସ୍‌ ଦୀନେଶ ମେହେଟ୍ଟା ଏବଂ ଜଷ୍ଟିସ ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ତଳେ ଅନ୍ୟ ଏକ ବଳାତ୍କାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଥିଲେ।