ଅଗ୍ନିବୀର ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ

ଭାରତୀୟ ସେନାରେ ସାମିଲ ହେବାକୁ ଆଶା ରଖିଥିବା ଯୁବପିଢିଙ୍କ ପାଇଁ ଆସିଲା ଖୁସି ଖବର। ଅଗ୍ନିବୀର ନିଯୁକ୍ତି ୨୦୨୫ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଆଜି ଠାରୁ ଅର୍ଥାତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଛି ଆବେଦନ। ଏହାର ଶେଷ ତାରିଖ ଏପ୍ରିଲ ୧୦ ରହିଛି। ଅଗ୍ନିବୀର ନିଯୁକ୍ତି ପାଇଁ, ସର୍ବପ୍ରଥମେ ପ୍ରାର୍ଥୀମାନଙ୍କୁ ସେନାର ସରକାରୀ ୱେବସାଇଟ୍ ଯାଇ ଅନଲାଇନରେ ପଞ୍ଜୀକରଣ କରିବାକୁ ପଡିବ। ଆବେଦନ କରିବା ପାଇଁ ଅଫିସିଆଲ ଓ୍ବେବସାଇଟ୍ www.joinindianarmy.nic.in ରେ ଆବେଦନ କରି ପାରିବେ।

ଅଗ୍ନିବୀର ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୧୭.୫ ବର୍ଷ ଏବଂ ସର୍ବାଧିକ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି। ଆବେଦନ କରାଯାଉଥିବା ପଦବୀ ଗୁଡିକ ହେଉଛି- ଭାରତୀୟ ସେନା ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର କ୍ଲର୍କ/ଷ୍ଟୋର କିପର, ଟେକ୍ନିକାଲ୍ ଅଗ୍ନିବୀର, ଟ୍ରେଡସମ୍ୟାନ୍ ଏବଂ ସୈନିକ ଟେକ୍ନିକାଲ୍ ନର୍ସିଂ, ସୋଲଜର ଫାର୍ମା, ମହିଳା ମିଲିଟାରୀ ପୋଲିସ, ହାବିଲଦାର, କ୍ୟାଟରିଂ ଆଦି ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଉଛି। ଏଥିପାଇଁ ଜୁନ ମାସରେ ଲିଖିତ ପରୀକ୍ଷା କରାଯିବ। ଏନେଇ ସମସ୍ତ ତଥ୍ୟ ଅଫିସିଆଲ ଓ୍ବେବ ସାଇଟରେ ଉପଲବ୍ଧ ରହିଛି।