ଅଟକ ହେଲେ ଅମୃତପାଲ୍‌ ସିଂହଙ୍କ ସ୍ତ୍ରୀ

ଅମୃତସର:  ଲଣ୍ଡନ୍‌ ଯିବାକୁ ଉଦ୍ୟମ କରୁଥିବା ବେଳେ ଅମୃତସର ବିମାନ ବନ୍ଦରରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ୍‌ ସିଂହଙ୍କ ସ୍ତ୍ରୀ କିରଣଦୀପ କ‌ୌର୍‌ଙ୍କୁ ଅଟକ ରଖାଯାଇଛି। ପଞ୍ଜାବ ପୁଲି କହିବା ଅନୁସାରେ, କିରଣଦୀପ ହେଉଛନ୍ତି ଇଂଲଣ୍ଡ୍‌ର ନାଗରିକ ଓ ତାଙ୍କ ପାଖରେ ଇଂଲଣ୍ଡ୍‌ର ପାସ୍‌ପୋର୍ଟ ରହିଛି। ପଞ୍ଜାବ କିଂବା ଦେଶର ଅନ୍ୟ କେଉଁଠି ତାଙ୍କ ନାମରେ ମାମଲା ରୁଜୁ କରାଯାଇ ନାହିଁ। ଅପରାହ୍ଣ ୧.୩୦ରେ ଉକ୍ତ ବିମାନ ଲଣ୍ଡନ୍‌ ଅଭି‌ମୁଖେ ଯାତ୍ରା କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା।