ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ମଲ୍ଳିକାର୍ଜୁନ ଖର୍ଗେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋଦୀ କ୍ଷମତାରୁ ହଟିବା ଦେଖିବା ପାଇଁ ମୁଁ ଜୀବିତ ରହିବି।’’ ଶାହା ତାହାର ଉତ୍ତରରେ କହିଛନ୍ତି ଯେ ଖର୍ଗେଙ୍କ ଏହି ମନ୍ତବ୍ୟ ମୋଦୀଙ୍କ ପ୍ରତି ତାଙ୍କର ଘୃଣା ଓ ଭୟକୁ ଦର୍ଶାଉଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ମୋଦୀଙ୍କ ସଂପର୍କରେ କହିଥିବା କଥା ଏକଦମ ଅପମାନଜନକ ବୋଲି କହିଛନ୍ତି ଶାହା। ଶାହା ଏକ ଟ୍ବିଟର୍ ପୋଷ୍ଟ୍ କରି ଲେଖିଛନ୍ତି, ‘‘କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖର୍ଗେଜୀ ଗତକାଲି ନିଜ ଭାଷଣରେ ନିଜ ଦଳ ଓ ଦଳର ନେତାମାନଙ୍କୁ ଲଜ୍ଜିତ କରିଛନ୍ତି। ସେ ଅଯଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ସହ ଯୋଡ଼ିକରି କହିଛନ୍ତି। ଏଥିରୁ ଜଣାପଡୁଛି ଯେ କଂଗ୍ରେସ ମୋଦୀଙ୍କ ପ୍ରତି କେତେ ଭୟ ଓ ଘୃଣା ରହିଛି। ଯାହାଫଳରେ ସେ ସର୍ବଦା ମୋଦୀଙ୍କ ବିଷୟରେ ହିଁ ଭାବୁଛନ୍ତି। ଖର୍ଗେଜୀଙ୍କ ସ୍ବାସ୍ଥ୍ୟ ପାଇଁ ମୋଦୀଜୀ ପ୍ରାର୍ଥନା କରନ୍ତି, ମୁଁ ପ୍ରାର୍ଥନା କରେ ଓ ଆମେ ସସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ବଞ୍ଚିରୁହନ୍ତୁ। ୨୦୪୭ରେ ବିକଶିତ ଭାରତକୁ ଦେଖିବା ପାଇଁ ବଞ୍ଚିରୁହନ୍ତୁ।’’
Trending
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
Prev Post
Next Post