ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ମଲ୍ଳିକାର୍ଜୁନ ଖର୍ଗେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋଦୀ କ୍ଷମତାରୁ ହଟିବା ଦେଖିବା ପାଇଁ ମୁଁ ଜୀବିତ ରହିବି।’’ ଶାହା ତାହାର ଉତ୍ତରରେ କହିଛନ୍ତି ଯେ ଖର୍ଗେଙ୍କ ଏହି ମନ୍ତବ୍ୟ ମୋଦୀଙ୍କ ପ୍ରତି ତାଙ୍କର ଘୃଣା ଓ ଭୟକୁ ଦର୍ଶାଉଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ମୋଦୀଙ୍କ ସଂପର୍କରେ କହିଥିବା କଥା ଏକଦମ ଅପମାନଜନକ ବୋଲି କହିଛନ୍ତି ଶାହା। ଶାହା ଏକ ଟ୍ବିଟର୍ ପୋଷ୍ଟ୍ କରି ଲେଖିଛନ୍ତି, ‘‘କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖର୍ଗେଜୀ ଗତକାଲି ନିଜ ଭାଷଣରେ ନିଜ ଦଳ ଓ ଦଳର ନେତାମାନଙ୍କୁ ଲଜ୍ଜିତ କରିଛନ୍ତି। ସେ ଅଯଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ସହ ଯୋଡ଼ିକରି କହିଛନ୍ତି। ଏଥିରୁ ଜଣାପଡୁଛି ଯେ କଂଗ୍ରେସ ମୋଦୀଙ୍କ ପ୍ରତି କେତେ ଭୟ ଓ ଘୃଣା ରହିଛି। ଯାହାଫଳରେ ସେ ସର୍ବଦା ମୋଦୀଙ୍କ ବିଷୟରେ ହିଁ ଭାବୁଛନ୍ତି। ଖର୍ଗେଜୀଙ୍କ ସ୍ବାସ୍ଥ୍ୟ ପାଇଁ ମୋଦୀଜୀ ପ୍ରାର୍ଥନା କରନ୍ତି, ମୁଁ ପ୍ରାର୍ଥନା କରେ ଓ ଆମେ ସସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ବଞ୍ଚିରୁହନ୍ତୁ। ୨୦୪୭ରେ ବିକଶିତ ଭାରତକୁ ଦେଖିବା ପାଇଁ ବଞ୍ଚିରୁହନ୍ତୁ।’’
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post