ବିହାରରେ  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର

ସବୁ ଦଳ ଓ ମେଣ୍ଟଙ୍କ ଜୋରଦାର କସରତ୍ । ବିହାରରେ  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ପ୍ରଚାରର ମହାଭାରତ ଯୁଦ୍ଧ ଲାଗିଯାଇଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଖଗଡ଼ିଆ, ମୁଙ୍ଗେର ଓ ନାଳନ୍ଦାରେ ଆୟୋଜିତ ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଶାହା କହିଛନ୍ତି, ଏନଡିଏ ଶାସନ ସମୟରେ ବିହାରରେ ଅପରାଧ କମିଛି । ପୁଣି ଜଙ୍ଗଲରାଜ୍ ଫେରିବ କି ରାଜ୍ୟ ବିକାଶ ପଥରେ ଅଗ୍ରଗତି କରିବ, ନିର୍ବାଚନରେ ବିହାରବାସୀ ତାହା ସ୍ଥିର କରିବେ ।ମହାଗଠବନ୍ଧନ ମଧ୍ୟ ପ୍ରଚାରରେ ପଛରେ ପଡ଼ିନାହିଁ । ତେବେ ଅମିତ ଶାହା ଆଜି ଖଗଡ଼ିଆରେ ନିର୍ବାଚନୀ ରାଲି କରିଥିବା ବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ରାଲି ପାଇଁ ପ୍ରଶାସନ ଅନମୁତି ଦେଇ ନଥିଲା । ତାନାଶାହୀ ଶାସନ ବୋଲି କହିଛନ୍ତି ତେଜସ୍ବୀ । ସେପଟେ  ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଅଭିଯୋଗ କରିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଯୋଗୁ ପ୍ରତିବର୍ଷ ବିହାରରୁ ୪ କୋଟିରୁ ଅଧିକ ଲୋକ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ  ଯାଉଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ନୀତୀଶଙ୍କୁ ଲାଲୁ ତାଚ୍ଛଲ୍ୟ କରିଛନ୍ତି ।  ତେଜସ୍ବୀ ଯାଦବଙ୍କ ପୋଷ୍ଟରକୁ ନେଇ ମହାଗଠବନ୍ଧନରେ ମଧ୍ୟ ବିବାଦ ଲାଗିଛି।

Leave a comment