ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ‘ପୁଷ୍ପା-୨’ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ । ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଜାମିନ ମିଳିଛି । ପୂର୍ବରୁ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି ଅଲ୍ଲୁ ଅର୍ଜୁନ। ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ ।