ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା

ତ୍ରିପୁରାର ଅଗରତାଲାରେ ଆସନ୍ତା ମାସ ୧୬ ତାରିଖରୁ ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଓଡ଼ିଶା ଦଳ ଚୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖରେ ଓଡ଼ିଶା ରାଜ୍ୟ ସଚିବାଳୟ ସେବା ସଂଘ-୨, ୟୁନିଟ୍‌-୫ରେ ଆୟୋଜିତ ହେବ । ଚୟନ ପ୍ରକ୍ରିୟାରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା କର୍ମଚାରୀମାନେ ଭାଗ ନେଇପାରିବେ ।

ଇଚ୍ଛୁକ ପ୍ରତିଯୋଗୀମାନେ ନିଜ ସେବା ପୁସ୍ତିକାର ପ୍ରଥମ ପୃଷ୍ଠା, ବିଭାଗ ପରିଚୟ ପତ୍ର ସହ ଏକ ଫଟୋ ଏବଂ ନିଜ ବିଭାଗକୁ ଏନ୍‌ଓସି ସାର୍ଟିଫିକେଟ୍‌ ସାଙ୍ଗରେ ଧରି ୨୨ ତାରିଖ ସକାଳରେ ନିଜ ନାମ ପଞ୍ଜିକରଣ କରି ପାରିବେ ବୋଲି ରାଜ୍ୟ ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ହର ପ୍ରସାଦ ବିଶ୍ୱାଳ ଏବଂ କ୍ରୀଡ଼ା ସମ୍ପାଦକ ନୃସିଂହ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।