ଏନସିପି ଅଧିବେଶନରେ ଶରଦ -ଅଜିତଙ୍କ ମଧ୍ୟରେ ଫାଟ !

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର  ଦଳର ରାଷ୍ଟ୍ରୀୟ ଅଧିବେଶନ ବୈଠକ ଅଧାରୁ ଛାଡ଼ି ଚାଲି ଯାଇଥିବାକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚା ଜୋର ଧରିଛି ।

ଗତକାଲି ଦଳର ରାଷ୍ଟ୍ରୀୟ ଅଧିବେଶନରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ସମୟରେ ଦଳର ଆଗ ଧାଡ଼ିର ନେତା ଜୟନ୍ତ ପାଟିଲଙ୍କୁ ଭାଷଣ ଦେବାର ସୁଯୋଗ ମିଳିଥିଲା। ଏହା ଦେଖି ଅଜିତ ପାୱାର କିଛି ସମୟ ପରେ ମଞ୍ଚରୁ ଉଠି ଚାଲିଗଲେ। ତାଙ୍କ ପଦକ୍ଷେପ ଯୋଗୁଁ ପାର୍ଟିରେ ନାନା ଗୁଜବ ଓ କଳ୍ପନାଜଳ୍ପନା ଚାଲିଛି। ଏହି ଅଧିବେଶନରେ ଶରଦ ପାଓ୍ବାରଙ୍କୁ ପୁଣି ଥର ଦଳର ସଭାପତି ଚୟନ କରାଯାଉଛି ।