ଅଣନିଶ୍ବାସୀ ହେଲେଣି ଦିଲ୍ଲୀ ବାସିନ୍ଦା

ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ ହୋଇଥିବାବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୮ ରହିଛି। କେତେକ ସ୍ଥାନରେ ଏହା ୫୦୦ ଛୁଇଁଥିବା ଜଣାପଡ଼ିଛି। ତାପମାତ୍ରା ହ୍ରାସ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ପଡୋଶୀ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଲାଗିରହିଥିବାରୁ ଥଣ୍ଡା ପବନ ଧୂଳି ଓ ଧୂଆଁକୁ ଧରି ରଖୁଛି।