ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ
ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ତୁଳସୀ ପୀଠର ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ଔରଙ୍ଗଜେବଙ୍କ ସମାଧି ଉପରେ ବୁଲଡୋଜର ଚଢ଼ାଇଦେବା ଉଚିତ। କାରଣ ସେ ଜଣେ ଅତ୍ୟନ୍ତ ନିଷ୍ଠୁର, ହିଂସ୍ର ଏବଂ ଦୁଷ୍ଟ ଶାସକ ଥିଲେ। ସେ ହଜାର ହଜାର ନିର୍ଦ୍ଧୋଷ ଲୋକଙ୍କୁ ହତ୍ୟା କରିଥିଲେ ବୋଲି ସେ କହିଛନ୍ତି।
ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ଔରଙ୍ଗଜେବ ହଜାର ହଜାର ବ୍ରାହ୍ମଣଙ୍କଠାରୁ ପଇତା ବାହାର କରିଦେଇଥିଲେ। ହଜାର ହଜାର ବ୍ରାହ୍ମଣଙ୍କ ମୁଣ୍ଡକାଟ କରାଯାଇଥିଲା। ସମଗ୍ର ଦେଶ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଔରଙ୍ଗଜେବ ଆମର ଆଦର୍ଶ ନୁହନ୍ତି, ଆମର ଆଦର୍ଶ ହେଉଛନ୍ତି ଶିବାଜୀ ଏବଂ ରାଣା ଜୀ। ଆମର ଆଦର୍ଶ ହେଉଛନ୍ତି ପ୍ରଭୁ ରାମ ଏବଂ କୃଷ୍ଣ। କେବେଠାରୁ ଔରଙ୍ଗଜେବ ଆମର ଆଦର୍ଶ ହୋଇଗଲେ? ଔରଙ୍ଗଜେବ କୌଣସି ମନ୍ଦିର ନିର୍ମାଣ କରି ନ ଥିଲେ।