ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି।  ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ କହୁଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଆସିଲା ଡିମାଣ୍ଡ। ଏହି ଦାବି ଆମ୍ ଆଦମୀ ପାର୍ଟିରୁ କରାଯାଇଛି। ଅରବିନ୍ଦ କେଜ୍ରିୱାଲ୍ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର।

ଦିଲ୍ଲୀର ମାଗଣା ସେବାକୁ ପ୍ରଶଂସା କରିବା ସହ ଭାରତର ଅର୍ଥିନୀତି ଦୁର୍ବଳ ହୋଇଯାଇଥିବା କହିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଯଦି ଅରବିନ୍ଦ କେଜ୍ରିୱାଲ୍ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଆର୍ଥନୀତି ସୁଦୃଢ ହେବ। ସେ ଦିଲ୍ଲୀରେ ମାଗଣାରେ ପାଣିଠୁ ଆରମ୍ଭ କରି ବିଜୁଳି ସବୁ ଦେଉଛନ୍ତି। ମହିଳାଙ୍କ ପାଇଁ ବସ୍ ଯାତ୍ରା, ବରିଷ୍ଠ ନାଗରିକଙ୍କ ମାଗଣା ତୀର୍ଥଯାତ୍ରା ଭ୍ରମଣ ଆଦି ମାଗଣା କରିଛନ୍ତି।