୨୮ଟି ରାଜନୈତିକ ଦଳର ମୋଟ୍ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚିଛନ୍ତି । ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ ବୈଠକରେ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ। ମହାରାଷ୍ଟ୍ରରେ ବୈଠକ ହେଉଥିବାରୁ ଏମ୍ଭିଏ (ମହା ବିକାଶ ଅଘାଡ଼ି) ଗତ କିଛି ଦିନ ଧରି ଜୋରଦାର ପ୍ରସ୍ତୁତି ଚଳାଇଛି। ହାୟାତ୍ ହୋଟେଲ ବାହାରେ କେଜ୍ରିୱାଲ, ସଂଜୟ ସିଂହ ଏବଂ ସ୍ଥାନୀୟ ନେତାଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୋଷ୍ଟର ମଧ୍ୟ ମୁମ୍ବାଇରେ ଦେଖିବାକୁ ମିଳିଛି। ଇତି ମଧ୍ୟରେ କଂଗ୍ରେସ ଦ୍ବାରା କରାଯାଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ୍ ପାଇଁ ଉଦ୍ଧବ ଠାକ୍ରେଙ୍କ ଶିବସେନା ଦଳ ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ ଦ୍ବାରା ସେୟାର କରାଯାଇଥିବା ଏକ ପୋଷ୍ଟ୍ରେ ରାହୁଲ ଗାନ୍ଧିଙ୍କୁ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଦେଖିବାକୁ ମିଳିଛି।
Trending
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ