ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ

ପଶ୍ଚିମ ଲୁଧିଆନାର ଆପ୍‌ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ହୋଇଛି । ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।ସୂଚନାରୁ ଜଣାପଡିଛି କି  ଗତକାଲି ମଧ୍ୟରାତିରେ ଗୁରପ୍ରୀତଙ୍କୁ ଗୁଳି ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡିଏମସି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୁରପ୍ରୀତ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି । ଭୁଲ୍ ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏନେଇ ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପଞ୍ଜାବ ଡିସିପି ଯଶକରନ ସିଂ ତେଜା କହିଛନ୍ତି ।