ମହାକୁମ୍ଭରେ ଅଘଟଣ : ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୟାଗରାଜରେ ପ୍ରବଳ ଭିଡ଼ ଯୋଗୁ ସମସ୍ତ ରାସ୍ତା ବନ୍ଦ ଥିଲା। ପରିସ୍ଥିତିକୁ ସ୍ବାଭାବିକ କରିବା ଏବଂ ରାସ୍ତା ଖୋଲିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କତାର ସହିତ କାର୍ଯ୍ୟ କରିଥିଲା। ସେ କହିଥିଲେ ଯେ ମେଳା କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଆଖଡ଼ାମାନେ ସେମାନଙ୍କର ସ୍ନାନ ସ୍ଥଗିତ ରଖିଥିଲେ। ଅପରାହ୍ନରେ ସ୍ନାନ ଆରମ୍ଭ ହୋଇଥିଲା ଯେଉଁଥିରେ ସମସ୍ତେ ଅମୃତ ସ୍ନାନ କରିଥିଲେ।