ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ : ୭ ଶ୍ରଦ୍ଧାଳୁ ମୃତ

ମହାକୁମ୍ଭରେ ଯୋଗ ଦେଇ ପ୍ରୟାଗରାଜରୁ ଫେରୁଥିବା ଆନ୍ଧ୍ରପ୍ରଦେଶର ୭ ଜଣ ଶ୍ରଦ୍ଧାଳୁଙ୍କର ମଧ୍ୟପ୍ରଦେଶର ଜବଲପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏକ ଟେମ୍ପୋ ଟ୍ରାଭେଲର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାଫଳରେ ଏହା ଘଟିଥିଲା। ଅନ୍ୟ ଦୁଇ ଜଣ ଆହତ ହୋଇ ଜବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଜବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି, ସିହୋରାର ମୋହଲା ବ୍ରିଜ୍‌ରୁ ଭୁଲ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଟେମ୍ପୋ ଟ୍ରାଭେଲର ଓ ଏସ୍‌ୟୁଭିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା।