ଦିଲ୍ଲୀ NCRରେ 2ଜଣ କରୋନା ସଂକ୍ରମିତ ଚିହ୍ନଟ

ଦିଲ୍ଲୀ NCRରେ ଆରମ୍ଭ ହେଲା କରୋନା ସଂକ୍ରମଣ । ଗୁରୁଗ୍ରାମର ସାଇବର ସିଟିରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। 2 ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଗୁରୁଗ୍ରାମ ଆସିଥିଲେ।

ଏସିଆ ମହାଦେଶର କେତେକ ଦେଶରେ ଗତ କିଛି ମାସ ହେଲା ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ହଂକଂ ଓ ସିଙ୍ଗାପୁରରେ ଅଧିକ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଛନ୍ତି। ଆମ ଦେଶରେ ମୁମ୍ବାଇରେ ପ୍ରଥମେ ପଜିଟିଭ୍ ମାମଲା ସାମ୍ନାକୁ ଆସିଲା । ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି।

ଆଉ ଏବେ ଦିଲ୍ଲୀ ଏନସିଆରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ମୋଡକୁ ଆସିଛି। କରୋନା ମୁକାବିଲା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି। କିନ୍ତୁ ସାମାନ୍ୟ ଲକ୍ଷଣକୁ ନେଇ ବ୍ୟତିବ୍ୟସ୍ତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ସ୍ବାସ୍ଥ୍ୟ ବିଗିଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

Leave a comment