ମାଓବାଦୀଙ୍କ ଆକ୍ରମଣରେ ୨ କୋବ୍ରା ଯବାନ ଆହତ

ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ – ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ। CRPFର 206 କୋବ୍ରା ବାଟାଲିୟନ ଉପରେ ମାଓବାଦୀଙ୍କ ଆଖିବୁଜା ଗୁଳି ବର୍ଷା।ମାଓବାଦୀ ଗୁଳିରେ ଦୁଇ ଯବାନ ଗୁରୁତର।  ଯବାନଙ୍କୁ ଚିକିତ୍ସା ପାଇଁ ଜଗଡଲପୁର ମେଡିକାଲ ପଠାଯାଇଛି ।

ଅନ୍ୟପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ଭାସ୍କରଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।