ଦିଲ୍ଲୀ ରେଲଓ୍ବେ ଷ୍ଟେଶନରେ ଦଳାଚକଟା ରେ ୧୮ଜଣଙ୍କ ମୃତ୍ୟୁ
ଦିଲ୍ଲୀର ୧୩-୧୪ ନମ୍ବର ପ୍ଲାଟଫର୍ମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅତ୍ୟଧିକ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇ ଅନେକ ଲୋକ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି। ଏଥିରେ ୪ଜଣ ମହିଳା ଗୁରୁତର ହୋଇପଡିଛନ୍ତି। ତେବେ ଦିଲ୍ଲୀ ପୋଲିସର ରେଳବାଇ ୟୁନିଟ ଦଳାଚକଟାକୁ ଅସୱୀକାର କରିଛି। କୁହାଯାଉଛି ଯେ ପ୍ରୟାଗରାଜ ଯିବା ପାଇଁ ରାତି ୮ଟାରେ ଏକ ଟ୍ରେନ ଆସିବାର ଥିଲା। ଯାହାକୁ ନେଇ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ ହୋଇଯାଇଥିଲା। ଏହି ସମୟରେ ଦଳାଚକଟା ଭଳି ପରିସ୍ଥିତି ମଧ୍ୟ ଉପୁଜି ଥିଲା।
ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୮ ଜଣ ପ୍ରାଣ ହରାଇଛନ୍ତି। ୧୨ ଜଣ ଆହତ ହୋଇଛନ୍ତି। ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଭିଡ଼ ବଢ଼ିଥିଲା। ଗହଳି ଏବଂ ଠେଲାପେଲା ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।