୧୦ ପାକିସ୍ତାନୀ ନାଗରିକଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି।  ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି।  ଦେଶର ବିଭିନ୍ନ ଅଂଶରେ ସେମାନେ ହିନ୍ଦୁ ନାମରେ ‌ବେଆଇନ ଭାବେ ରହୁଛନ୍ତି।  ସେମାନଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ ୩ ଜଣ ରାଜସ୍ଥାନରେ ଏବଂ ୨ ଜଣ ଉତ୍ତରପ୍ରଦେଶରୁ ଗିରଫ ‌ହୋଇଥି‌ଲେ।  ସେମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ସେମାନଙ୍କୁ  ରିମ‌ାଣ୍ଡରେ ନିଆଯାଇଥିଲା।  ଏମଏଫ୍‌ଆଇ (ମେହଦି ଫାଉଣ୍ଡେସନ୍‌ ଇଣ୍ଟରନେସନାଲ୍‌)ର ଜଣେ ପ୍ରମୁଖ ଭାରତୀୟ ସଦସ୍ୟ ପରଭେଜ ଅହମଦଙ୍କର ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଛି।