ଛତିଶଗଡର ସୁକମାରେ ମାଓ ଅପରେସନରେ ୧୦ମାଓବାଦୀ ମୃତ୍ୟୁ

ଛତିଶଗଡର ସୁକମାରେ ବଡ ଧରଣର ମାଓ ଅପରେସନ୍ । ଏଥିରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କୁ ପକ୍ଷରୁ ଅପରେସନ୍ ହୋଇଥିଲା । ଘଟଣାସ୍ଥଳରୁ ଇନସାସ୍‍, ଏକେ -୪୭, ଏସଏଲଆର ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ଅପରେସନ୍ ।