ମାଓବାଦୀଙ୍କ ଆକ୍ରମଣରେ ସହିଦ୍ ହେଲେ ୧୧ଜଣ ଯବାନ
ରାୟପୁର: ପୁଣି ମାଓବାଦୀଙ୍କ ଉତ୍ପାତ । ପୁଣି ଯାଇଛି ଯବାନଙ୍କ ଜୀବନ । ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ପୁଣି ଖେଳିଛନ୍ତି ରକ୍ତରେ ହୋଲି । ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Strongly condemn the cowardly IED blast carried out by Naxals killing so many policemen in #Dantewada, Chhattisgarh. Salute to the bravehearts who sacrificed their lives. Condolences to the bereaved families of the bravehearts & prayers for the speedy recovery of the injured.
— Naveen Patnaik (@Naveen_Odisha) April 26, 2023
ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଫୋର୍ସକୁ ନେଇ ଯାଉଥିବା ଏକ ଗାଡିକୁ ଲକ୍ଷ୍ୟ କରି ମାଓବାଦୀମାନେ ଆଇଡି ବିସ୍ପୋରଣ ଅଚାନକ କରିବାକୁ ଯାନଟି କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅତର୍କିତ ଆକ୍ରମଣ ପାଇଁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ନଥିବାରୁ ଗାଡ଼ିରେ ଥିବା ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ମାଓବାଦୀଙ୍କ ଷଡ଼ଯନ୍ତ୍ରରେ ଫସିଯାଇଥିଲେ ଏହି ଯବାନମାନେ । ଛତିଶଗଡ଼ ପୁଲିସ କହିଛି ଯେ, ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆରମ୍ଭ ହୋଇଥିବା ମାଓ ବିରୋଧୀ ଅପରେସନ ଶେଷ କରି ଡିଆରଜି ଫୋର୍ସର ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସୈନିକମାନଙ୍କୁ ଆମେ ସମ୍ମାନ ଜଣାଇଛୁ। ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା।
Strongly condemn the attack on the Chhattisgarh police in Dantewada. I pay my tributes to the brave personnel we lost in the attack. Their sacrifice will always be remembered. My condolences to the bereaved families.
— Narendra Modi (@narendramodi) April 26, 2023
ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିବା ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।
"Anguished by the cowardly attack on the Chhattisgarh police at Dantewada. Have spoken to Chhattisgarh's Chief Minister and assured all possible assistance to the state government. My condolences to the bereaved family members of the martyred Jawans," tweets Union Home Minister… pic.twitter.com/YNZhyKm752
— ANI (@ANI) April 26, 2023
IED attack by naxals in Dantewada | Chhattisgarh CM Bhupesh Baghel cancels his visit to Karnataka. He was scheduled to be there for election campaigning. He will visit Dantewada to pay tribute to the slain jawans and take stock of the situation there.
(File photo) pic.twitter.com/sWh3FzbwoQ
— ANI (@ANI) April 26, 2023
ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ଏହି ଅଂଚଳରେ ସୁରକ୍ଷାକର୍ମୀ ଘେରି ରହିଛନ୍ତି ।
#WATCH | IED attack by naxals in Dantewada | Former Chhattisgarh CM and BJP leader Raman Singh says, "This is a heart-rending incident – both for Chhattisgarh as well as the country. I think it is high time for enhancing interstate joint operation and searching…Home Minister is… pic.twitter.com/iSsfPFgzjw
— ANI (@ANI) April 26, 2023