୨୪ଟି ବିମାନବନ୍ଦରରେ ହାଇଆଲର୍ଟ
ଟେରରାଇଜର୍ସ ୧୧୧’ର ପ୍ରତିନିଧିତ୍ୱ କରୁଥିବା ଏବଂ ରକ୍ତାକ୍ତ ଆକ୍ରମଣର ଧମକ ଦେଉଥିବା ଏକ ଗୋଷ୍ଠୀର ବିସ୍ଫୋରକ ଇ-ମେଲ୍ ସୁରକ୍ଷା ଅଧିକାରୀଙ୍କ ନିଦ ହଜାଇ ଦେଇଛି। ଏଥିପାଇଁ ଦେଶର ୨୪ଟି ବିମାନବନ୍ଦର ଓ ଟର୍ମିନାଲକୁ ହାଇ ଆଲର୍ଟରେ ରଖାଯିବା ସହ ସ୍କ୍ରିନିଂ ଏବଂ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି। ଅନେକ ସ୍ଥାନରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍)କୁ ମଧ୍ୟ ମୁତୟନ କରାଯାଇଛି। ଇମେଲ ଠିକଣା: [email protected]ରୁ ମିଳିଥିବା ଚିଠିକୁ ମଧ୍ୟ ପୂର୍ବ କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜରଙ୍କ ନିକଟକୁ ପଠାଯାଇଛି।