ୟୁକ୍ରେନ ଉପରେ ରୁଷ୍ ସାମରିକ ଆକ୍ରମଣ ୨୦୨୨ ଫେବ୍ରୁଆରିରୁ ଆରମ୍ଭ କରିବା ପରଠାରୁ ଭାରତ ଏହି ଦେଶରୁ ଅଧିକ ତେଲ ଆମଦାନି କରୁଛି। ଏପ୍ରିଲ ମାସରେ ଭାରତ ସବୁଠୁ ଅଧିକ ତେଲ ରୁଷ୍ରୁ କିଣିଥିବାବେଳେ ଏହା ପଛକୁ ଇରାକ ଓ ସାଉଦି ଆରବ ରହିଛନ୍ତି। ଭାରତ ବିଶ୍ବର ତୃତୀୟ ବୃହତ୍ ତେଲ ବ୍ୟବହାରକାରୀ ଏବଂ ଆମଦାନିକାରୀ ରାଷ୍ଟ୍ର। ମାର୍ଚ୍ଚ ମାସ ତୁଳନାରେ ଏପ୍ରିଲରେ ଭାରତ ୧୩ରୁ ୧୭ ପ୍ରତିଶତ ଅଧିକ ତେଲ ଆମଦାନି କରିଛି। କିନ୍ତୁ ଇରାକରୁ ଭାରତର ତେଲ ଆମଦାନି ଉକ୍ତ ମାସରେ ୨୦ରୁ ୨୩ ପ୍ରତିଶତ କମିଛି। ଏପ୍ରିଲରେ ଭାରତ ରୁଷ୍ଠାରୁ ଦିନକୁ ୧.୭୫ ନିୟୁତ ବ୍ୟାରେଲ ତେଲ ଆମଦାନି କରିଥିବାବେଳେ ମେ ମାସରେ ଏହା ୧.୧ ନିୟୁତ ବ୍ୟାରେଲକୁ ହ୍ରାସ ପାଇବ ବୋଲି ଏଲଏସଇଜି ପକ୍ଷରୁ ଆକଳନ କରାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post