ଆଗାମୀ ଦିନରେ ଭାରତ ସମସ୍ତ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟସ କ୍ଷେତ୍ରରେ ବିକାଶ ଲାଭ କରିବାକୁ ଯାଉଛନ୍ତି । ସେମିକଣ୍ଡକ୍ଟର କ୍ଷେତ୍ରରେ ଗ୍ଲୋବାଲ ପ୍ଲେୟାର ହେବା ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଗୁଜରାଟର ମାଇକ୍ରୋନ ଟେକ୍ନୋଲୋଜିର ଭୂମି ପୂଜନ ସହିତ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ଲାଣ୍ଟର କନଷ୍ଟ୍ରକସନ ଟାଟା ପ୍ରୋଜେକ୍ଟସ ଦ୍ୱାରା କରାଯାଉଛି ।ଡବଲ ଇଞ୍ଜିନ ସରକାରର ଏହା ଏକ ଉଦାହରଣ ବୋଲି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଡିଲର କିଛି ମାସ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୪ ମସିହା ଡିସେମ୍ବର ସୁଦ୍ଧା ପ୍ରଥମ ଚିପ୍ ରୋଲ ଆଉଟ୍ ହୋଇଯିବ । ଭାରତକୁ ସେମିକଣ୍ଡକ୍ଟର ହବରେ ପରିଣତ ଲକ୍ଷ୍ୟରେ ଦେଶରେ ପ୍ରଥମ କମ୍ପାନୀ ଭାବେ ମାଇକ୍ରୋନ ଟେକ୍ନୋଲୋଜି ଚିପ ଉତ୍ପାଦନ କରିବ । ଗୁଜରାଟର ସାଣନ୍ଦରେ ସେମିକଣ୍ଡକ୍ଟର ଟେଷ୍ଟିଂ ଓ ଆସେମ୍ବଲିଂ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ଅଶ୍ୱିନୀ ଏହା କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଯାତ୍ରାର ୩ ମାସ ପରେ ଏହି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ଗତ ଜୁନ ମାସରେ ମୋଦୀ ଆମେରିକା ଯାତ୍ରା ସମୟରେ ମାଇକ୍ରୋନର ଶୀର୍ଷ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଭାରତରେ ସେମିକଣ୍ଡକ୍ଟର ପ୍ଲାନ ସ୍ଥାପନ ନେଇ ମାଇକ୍ରୋନ ଟେକ୍ନୋଲୋଜି ସହିତ ଏକ ବୁଝାମଣା ସ୍ୱାକ୍ଷର କରିଥିଲେ । କମ୍ପାନୀର ପ୍ରସ୍ତାବିତ ନିବେଶ ୨.୭୫ ଅରବ ଡଲାର ରହିଥିବା ବେଳେ ଭାରତରେ ସେମିକଣ୍ଡକ୍ଟର ମିଶନରେ ଏହା ସବୁଠାରୁ ବଡ଼ ନିବେଶ । ଏହି ପ୍ରକଳ୍ପ ଦ୍ୱାରା ଦେଶରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବର୍ତ୍ତମାନ ଦେଶରେ ୨ ଲକ୍ଷ କୋଟି ଚିପର ଡିମାଣ୍ଡ ରହିଥିବା ବେଳେ ଆଗାମୀ ଦିନରେ ତାହା ୫ କୋଟିରେ ପହଞ୍ଚିଯିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post