ଗତକାଲି ଅପରାହ୍ନରୁ ଆଜି ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର କୁଲଗାମର ମୋଡରଗାମ ଏବଂ ଚିନିଗାମ ଗାଁରେ ଘଟିଛି। ଏହି ୬ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ମୋଡରଗାମ୍ ଏବଂ ବାକି ୪ ଜଣ ଚିନିଗାମରେ ନିହତ ହୋଇଛନ୍ତି।ପ୍ରଥମ ଏନକାଉଣ୍ଟର ମୋଡରଗାମ ଗ୍ରାମରେ ହୋଇଥିଲା, ଯେଉଁଠାରେ ପାରା କମାଣ୍ଡୋ ଲାନ୍ସ ନାୟକ ପ୍ରଦୀପ ନୈନ ସହିଦ ହୋଇଥିଲେ। ଚିନିଗାମ ଗ୍ରାମରେ ଲସ୍କର-ଏ-ତୋଏବାର ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିବା ପରେ ସେଠାରେ ଦ୍ୱିତୀୟ ଗୁଳିବିନିମୟ ହୋଇଥିଲା। ଏହି ଅପରେସନ ସମୟରେ ପ୍ରଥମ ରାଷ୍ଟ୍ରୀୟ ରାଇଫଲ୍ସର ହାବିଲଦାର ରାଜ କୁମାର ପ୍ରାଣ ହରାଇଥିଲେ। କାଶ୍ମୀର ଆଇଜି ଆଜି ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିବ ବୋଲି କହିଛନ୍ତି।
Trending
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
Prev Post
Next Post