ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ଯୈାତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର: ବିଧାୟକ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ।  କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଏହାକୁ ପ୍ରତ୍ୟାକ୍ଷାନ କରିଛନ୍ତି । ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି। ଶ୍ବଶୁର ସବୁ ଜାଣି କିଛି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରୁଛନ୍ତି ।  କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି। ସେ କଟକ ଜିଲ୍ଲା ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିଛନ୍ତି ।  ତାଙ୍କର କହିବା ଅନୁଯାୟୀ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ତାଙ୍କୁ ସ୍ବାମୀ ବି ଧକ୍କା ମାରିଥିଲେ।