ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ପରଲୋକରେ

ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ତାଙ୍କର ବିୟୋଗ ଘଟିଛି। ଏହି ବିଶିଷ୍ଟ ଅଭିନେତାଙ୍କ ବିୟୋଗରେ ଚାରିଆଡେ ଗଭୀର ଶୋକ ପ୍ରକାଶ ପାଇଛି ।

ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନା ଅଣାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ହେଲେ ପରେ ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିଥି‌ଲେ ଡାକ୍ତର। ଆଜି ସେ ଜୀବନ ଯୁଦ୍ଧରେ ହାରି ଆରପାରିକୁ ଚାଲିଯାଇଛନ୍ତି। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ନେଇ ରିପୋର୍ଟ ପ୍ରକାଶ ପାଉଥିଲା । ତାଙ୍କର ଆରୋଗ୍ୟ ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି।