ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ପାକିସ୍ତାନୀ ଆତଙ୍କବାଦୀ ସାମିଲ

ପୁଞ୍ଚ ଜିଲ୍ଲାରେ  ସେନା ଗାଡ଼ି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଟି ଆତଙ୍କବାଦୀ ଗୋଷ୍ଠୀର ୭ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି।ପିଓକେରୁ ରାଜୌକରୀ ଏବଂ ପୁଞ୍ଚ୍ ଦେଇ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ କହୁଛି। ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍ ଉପରକୁ ଘନ ଘନ ଗ୍ରେନେଡ୍ ମାଡ଼ କରିଥିଦଲେ।ଫଳରେ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା ଏବଂ ୫ ଯବାନ ସହିଦ ହୋଇଥିଲେ।  ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ ଜେଇଏମ (ଜୈସ ଏ ମହମ୍ମଦ) ଏବଂ ଏଲ୍ଇଟି (ଲସ୍କର ଏ ତୋଏବା) ଗୋଷ୍ଠୀର ସହାୟତାରେ ଏହି କାମ କରିଛନ୍ତି।