ଦୀପିକାଙ୍କ ବିକିନି ପାଇଁ ପଠାନ ବୟକଟ ଟ୍ରେଣ୍ଡ

ମୁମ୍ବାଇ: ଦୀପିକାଙ୍କ ବିକିନି କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ଉଠିଛି । ଏହି ଦୃଶ୍ୟକୁ ନେଇ  ବହୁ ପ୍ରତୀକ୍ଷିତ ‘ପଠାନ’ ଚଳଚ୍ଚିତ୍ର ଏବେ ବୟକଟ ଟ୍ରେଣ୍ଟ ଚାଲିଛି । ଏହାର ‘ବେସର୍ମ ରଙ୍ଗ’ ଗୀତ କୁ ନେଇ ଅଭିଯୋଗ ହୋଇଛି । ଏଥିରେ ହିନ୍ଦୁ ଧର୍ମର ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରୁଛନ୍ତ ଲକ୍ଷ ଲକ୍ଷ ୟୁଜର । ଏପରିକି ଫିଲ୍ମ ସମୀକ୍ଷକମାନେ ଏହି ଫିଲ୍କ ଅମିର ଖାନଙ୍କ ଲାଲ ସିଂ ଚଢ଼ା ଭଳି ଫ୍ଲପ୍ ହେବ ବୋଲି କହିଲେଣି । ଦୃଶ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ ବିକିନି ପିନ୍ଧି ଶାହରୁଖଙ୍କ ସହିତ ନୃତ୍ୟ କରିବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅନେକ ଲୋକ । ସେମାନେ ସୋସିଆଲ ମିଡିଆରେ ଦୀପିକା ଏବଂ ଶାହରୁଖଙ୍କ ଫିଲ୍ମକୁ ବୟକଟ କରିବାକୁ କହୁଛନ୍ତି । ଏହି ଅଶ୍ଲିଳ ନୃତ୍ୟକୁ ହିନ୍ଦୁ ସଂଗଠନ ସହ ମୁସଲିମ ସଂଗଠନ ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି । ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧି ଏହି ରଙ୍ଗକୁ ଅପମାନିତ କରିଥିବାର ଅଭିଯୋଗ ହୋଇଛି।