ଦିଲ୍ଲୀ ନଗର ନିଗମ ନିର୍ବାଚନ ,୭ରେ ଆସିବ ଫଳାଫଳ 

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ନିର୍ବାଚନକୁ ନେଇ ବିଜେପି ଆପ ମଧ୍ୟରେ ବୟାନବାଜି ଚରମସୀମା ଅତିକ୍ରମ କରିଥିବା ବେଳେ ଭୋଟ ମଧ୍ୟ ସରିଛି । ଏହି ନିର୍ବାଚନ ଉଭୟ ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ । ଏମ୍‌ସିଡି ନିର୍ବାଚନରେ ୨୫୦ ୱାର୍ଡ ପାଇଁ ୧୩୪୯ ପ୍ରାର୍ଥୀ ମଇଦାନରେ ଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଛି। ଭୋଟ୍‌ ଗଣତି ୭ ତାରିଖରେ ହେବ।