ଗୁଜରାଟରେ ପୁଣି ବିଜେପି ସରକାର!

ଅହମ୍ମଦାବାଦ: ଗୁଜରାଟରେ ପୁଣି ବିଜେପି ସରକାର ଗଠନ କରିବା ସଂଭାବନା ସୃଷ୍ଟି ହୋଇଛି । ବିଜେପି ଗୁଜରାଟରେ ଲଗାତାର ସପ୍ତମ ଥର ପାଇଁ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଥିବା ବେଳେ ଭୋଟ ଗଣତିରେ 130 ସିଟରେ ଆଗୁଆ ଚାଲିଛି । ଗୁଜରାଟରେ ବିଜେପିର ବିପୁଳ ବିଜୟ ହେବ ବୋଲି ବିଭିନ୍ନ ସଂସ୍ଥାର ବୁଥ୍‌ ବାହୁଡ଼ା ମତରୁ ଜଣାପଡ଼ିଥିବା ବେଳେ ଭୋଟ ଗଣତିରେ ମଧ୍ୟ ତାହା ଦେଖାଯାଇଛି । ବିଜେପିର ଆସନ ସଂଖ୍ୟା ଚଳିତ ଥର ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। କଂଗ୍ରେସ 51 ଆସନରେ ଆଗୁଆ ଚାଲିଛି । ଆପ ମାତ୍ର 3ଟି ଆସନରେ ଆଗରେ ଚାଲିଛି ।