କ୍ଷେପଣାସ୍ତ୍ର ଚୋରି

ଚିନ୍ତାରେ ସରକାର

ଦେଶର ଦୁଇଟି ସାମରିକ ବେସ୍‌ରୁ ହଜାରେରୁ ଅଧିକ ସେଲ ଏବଂ ୩୭ ଟି କ୍ଷେପଣାସ୍ତ୍ର ଚୋରି ହୋଇଛି। କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ଦେଶର ଦୁଇଟି ସାମରିକ ବେସ୍‌ରୁ ହଜାରରେ ଅଧିକ ଗ୍ରେନେଡ ଏବଂ ଗୁଳି ଚୋରି ହୋଇଛି।ଏହି ସାମରିକ ବେସ୍ ମଧ୍ୟରୁ ଗୋଟିଏ ଦେଶର ମଧ୍ୟ ଭାଗରେ ଥିବାବେଳେ ଅନ୍ୟଟି କାରିବିଆନ୍ ଉପକୂଳରେ ଅବସ୍ଥିତ। ରାଷ୍ଟ୍ରପତି ପେଟ୍ରୋ କହିଛନ୍ତି ଗୁଳିଗୋଳାଗୁଡ଼ିକ କଲମ୍ବିଆର ବିଦ୍ରୋହୀ ସଂଗଠନଙ୍କ ହାତରେ ପଡିଥାଇପାରେ କିମ୍ବା ଅନ୍ୟ ଦେଶରେ ଅପରାଧୀ ଗୋଷ୍ଠୀକୁ ବେଆଇନ ଭାବେ ବିକ୍ରି ହୋଇଥାଇପାରେ। ସନ୍ଦେହରେ ହୋଉଥି ବିଦ୍ରୋହୀମାନେ ମଧ୍ୟ ରହିଛନ୍ତି । ସେ କହିଛନ୍ତି, ‘ନିଖୋଜ ଥିବା ଜିନିଷଗୁଡ଼ିକ ବିଷୟରେ, ଯାହା କୁହାଯାଇପାରେ ତାହା ହେଉଛି ସଶସ୍ତ୍ର ବାହିନୀର ଲୋକମାନଙ୍କର ନେଟୱାର୍କ ଅଛି, ଯେଉଁମାନେ ବେଆଇନ ଅସ୍ତ୍ରଶସ୍ତ୍ର କ୍ରୟ ଏବଂ ବିକ୍ରୟ ସହିତ ଜଡ଼ିତ ଅଛନ୍ତି।’

ରାଷ୍ଟ୍ରପତି କହିଛନ୍ତି ଯେ ସାମରିକ ବେସର ଯାଞ୍ଚ ଦ୍ବାରା ସଶସ୍ତ୍ର ବାହିନୀକୁ କୌଣସି ଅପରାଧିକ ସଂଗଠନଠାରୁ ଦୂରରେ ରଖାଯିବ। ସାମରିକ ବେସର ଅନୁସନ୍ଧାନ ଏପରି ଏକ ସମୟରେ ଆସିଛି ଯେତେବେଳେ କଲମ୍ବିଆ ଦେଶର ଦକ୍ଷିଣ-ପଶ୍ଚିମରେ ବିଦ୍ରୋହୀ ସଂଗଠନ ‘ଫାର୍କ-ଇଏମସି’ ବିରୋଧରେ ଲଢ଼େଇ ଆରମ୍ଭ କରିଛି।