ଏପ୍ରିଲ ୨୯ ତାରିଖରୁ ମେ ୭ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇଛି । ଏଥିସହିତ ନୂଆ ପରୀକ୍ଷା ସେଣ୍ଟରର ନାମ ଘୋଷଣା କରାଯାଇଛି । ଓଏସଏସଏସସି ପକ୍ଷରୁ ଏ ବାବଦରେ ସୂଚନା ଜାରି କରାଯାଇଛି ।ଏହି ସମସ୍ତ ପଦ ପାଇଁ ପୂର୍ବରୁ ‘ଇଗଲୋବେଟେକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ପ୍ରଥମ ମହଲା, ଇନଫୋସିଟି, ପଟିଆ ଭୁବନେଶ୍ୱର, ଓଡ଼ିଶା, ୭୫୧୦୧୪’ ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଉକ୍ତ ପରୀକ୍ଷା ‘କୋସି କ୍ୟାମ୍ପସ, କ୍ୟାମ୍ପସ-୬, ଦ୍ୱିତୀୟ ମହଲା, କମ୍ପ୍ୟୁଟର ଲାବ୍, କିଟ ୟୁନିଭରସିଟି, ଭୁବନେଶ୍ୱର, ଓଡ଼ିଶା- ୭୫୧୦୨୪’ କେନ୍ଦ୍ରରେ ଅନୁଷ୍ଠିତ ହେବ । ତେଣୁ ପ୍ରାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯାଇ ରିଭାଇଜଡ୍ ଆଡମିସନ ଲେଟର ଡାଉନଲୋଡ୍ କରିବାକୁ କୁହାଯାଇଛି । ଏ ବାବଦରେ ପ୍ରାର୍ଥୀଙ୍କୁ ସେମାନଙ୍କର ପଞ୍ଜିକୃତ ଇ-ମେଲ ଆଇଡି ଓ ମୋବାଇଲ ନମ୍ବରକୁ ଇ-ମେଲ/ ଏସଏମଏସ ପଠାଯାଇଛି । ଯେଉଁ ପ୍ରାର୍ଥୀମାନେ ରିଭାଇଜଡ୍ ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ ନାହିଁ ସେମାନେ ପୁରୁଣା ଆଡମିସନ ଲେଟର ନେଇ ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post