ଆସାମ ରେ ୧୭ ଲକ୍ଷ ମହିଳାଙ୍କ ଖାତାକୁ ମାସିକ ଯିବ ୧୨୫୦ ଟଙ୍କା
ଆସାମରେ ମହିଳାଙ୍କୁ ମିଳିବ ମାସକୁ ୨୫୦ ଟଙ୍କା । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଓରୁନୋଡୋଇ-୨ ଯୋଜନାକୁ ଲଂଚ କରିଛନ୍ତି । ଏଥିରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ । ଏହା ପ୍ରତ୍ୟେକ ମାସ ୧୦ ତାରିଖରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ୧୭ ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ପ୍ରଦାନ କରାଯିବ ବୋଲି ଲଂଚ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ରାଜ୍ୟ ସରକାରଙ୍କର ଲକ୍ଷ ରହିଛି କି ରାଜ୍ୟର ୩୫ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।