ଆଜି ମୁଲାୟମ ସିଂ ଯାଦବଙ୍କ ହେବ ଅନ୍ତିମ ସଂସ୍କାର

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମଙ୍କ ଆଜି ହେବେ ଶେଷକୃତ୍ୟ । ଉତ୍ତର ପ୍ରେଦଶ ସେଫାଇରେ ହେବ ଅନ୍ତିମ ସଂସ୍କାର । ୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ ।

୧୦ ଥର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମୁଲାୟମ । ମୁଲାୟମଙ୍କ ବିୟୋଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳରେ ଶୋକ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶରେ ୩ଦିନିଆ ଶୋକ ଘୋଷଣା କରାଯାଇଛି।

ମୁଲାୟମଙ୍କ ସ୍ବପ୍ନ ବଡ଼ ଥିଲା। ବନ୍ଧୁ ଦର୍ଶନ ସିଂହଙ୍କ ସହ ସେ ପ୍ରଥମେ ସାଇକେଲ୍‌ରେ ପ୍ରଚାର କରୁଥିଲେ। ପରେ ସେ ସଂଗୃହୀତ ପାଣ୍ଠି ଟଙ୍କାରେ ଏକ ସେକେଣ୍ଡ ହାଣ୍ଡ୍‌ କାର୍‌ କିଣିଲେ। ରାଜନୀତିରେ ଅନେକ ସଂଘର୍ଷ ସତ୍ତ୍ବେ ମୁଲାୟମ କେବେ ରାଜନୀତି ଛାଡ଼ିବା କଥା ଚିନ୍ତା କରିନଥିଲେ। ବିଭିନ୍ନ ସମୟରେ ଆନ୍ଦୋଳନ କରି ସେ ୯ ଥର ଜେଲ୍‌ ଯାଇଛନ୍ତି। ୧୯୭୫ରେ ଜରୁରୀ ପରିସ୍ଥିତି ସମୟରେ ମୁଲାୟମ ବିରୋଧୀ ରାଜନେତାଙ୍କ ମଧ୍ୟରେ ଗିରଫ ହୋଇଥିଲେ। ୧୯ ମାସ ସେ ଜେଲ୍‌ରେ ରହିଥିଲେ। ୧୯୭୭‌ରେ ସେ ଜେଲ୍‌ରୁ ମୁକୁଳିବାପରେ ପୁନର୍ବାର ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ।