ଖୁବଶୀଘ୍ର ମଣିପୁରର ପରିସ୍ଥିତି ଥଣ୍ଡା ପଡିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ
ମଣିପୁରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ । ଖୁବଶୀଘ୍ର ପରିସ୍ଥିତି ଥଣ୍ଡା ପଡିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ସରକାର, ସୁରକ୍ଷା ବାହିନୀ ଏବଂ ନାଗରିକ ସମାଜ ସମସ୍ତେ ଏକ ନିରପେକ୍ଷ ସମାଧାନ ଆଣିବା ପାଇଁ କାମ କରୁଛନ୍ତି। ପରିସ୍ଥିତିକୁ ବୁଝିବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କୁ ଭେଟିବାକୁ ଚେଷ୍ଟା କରୁଛୁ। ଏହା ଏକ ସକାରାତ୍ମକ ସଙ୍କେତ। ହଠାତ ଏପରି ଘଟିବାରୁ ଆମେ କିଛି କରିପାରିଲୁ ନାହିଁ। କିନ୍ତୁ କିଛି ସମୟ ମଧ୍ୟରେ ପରିସ୍ଥିତି ଥଣ୍ଡା ହୋଇଯିବ ବୋଲି ସେ କହିଛନ୍ତି।ସେ ଘଟଣାକୁ ନେଇ କହିଚାହଁନ୍ତି, ପୂର୍ବରୁ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା। ଆନ୍ଦୋଳନ ପଛରେ କିଏ ଅଛି ଆମେ ତାହା ଚିହ୍ନଟ କରିବୁ। ଘରପୋଡ଼ି ସହ ଗୁଳିଚାଳନା ମଧ୍ୟ ହୋଇଛି। ତେଣୁ ହଠାତ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ। ମୁହୂର୍ତ୍ତଟି ବହୁତ ଦ୍ୱନ୍ଦଦାୟକ ଥିଲା। କିନ୍ତୁ ଏବେ ସବୁ ସ୍ପଷ୍ଟ ହୋଇଯାଇଛି। ଖୁବଶୀଘ୍ର ଆମେ ସେଠାରେ ବୈଠକ କରି ପରିସ୍ଥିତି ଆୟତ୍ତକୁ ଆଣୁଛୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।