ଡିଜିଟାଲ ମିଡିଆରେ ରାଜ୍ କରୁଛି ନେଟୱର୍କ ଜୀ ମିଡିଆ
ମେଟ୍ରୋ ଟିଭି ଓଡିଶା,୨୫/୧ : ଦେଶରେ ସବୁଠୁ ବଡ ମିଡିଆ ନେଟଓ୍ୱର୍କ ଜୀ ମିଡିଆ ନିଜର ଆଧିପତ୍ୟ ବିସ୍ତାର କରିସାରିଲାଣି । କମ୍ପାନୀ ଦେଶର ଦକ୍ଷିଣ ପ୍ରାନ୍ତରେ ୪ଟି ନୂଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ଲଞ୍ଚ କରିବ । ପ୍ରମୁଖ ୪ଟି ଭାଷାରେ ଏହି ଚ୍ୟାନେଲର ପ୍ରସାରଣ ହେବ । ଏହି ସବୁ ଚ୍ୟାନେଲ ହେଲା ଜୀ କନ୍ନଡ, ଜୀ ତାମିଲ, ଜୀ ତେଲୁଗୁ ଓ ଜୀ ମାଲାୟଲମ । ଜୀ ମିଡିଆର ସଂସ୍ଥାପକ ତଥା ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ରା ଏହାକୁ ଲଞ୍ଚ୍ କରିବେ ।
ଜୀ ମିଡିଆ ପ୍ରଥମ ଥର ପାଇଁ ଡିଜିଟାଲ ଟିଭି ଚ୍ୟାନେଲ ଲଞ୍ଚ୍ କରିବାକୁ ଯାଉଛି । ଏହାର ପ୍ରସାରଣ ଜାନୁଆରୀ ୨୫ରୁ ହାଇଦ୍ରାବାଦରୁ ଲଞ୍ଚ୍ କରାଯିବ । ଜୀ ମିଡିଆ ପୂର୍ବରୁ ତାମିଲନାଡୁରେ ଲୋକପ୍ରିୟ ଅଛି । କମ୍ପାନୀର କହିବାନୁସାରେ, ସେମାନେ ଦେଶର ସବୁ ଭାଷା ସହ ଯୋଡି ହେବାକୁ ଚାହୁଁଛନ୍ତି । ରାଜ୍ୟର କୋଣ ଅନୁକୋଣରେ ଥିବା ଜନତାଙ୍କ ସହ କମ୍ପାନୀ ନିକଟତର ହେବ । ଏବେ ଡିଜିଟାଲ ମିଡିଆର ଚାହିଦା ବଢିବାରେ ଲାଗିଛି । ଜୀ ମିଡିଆ ନିଜର ୨୬ ବର୍ଷ ପୂରଣ କରି ସାରିଛି । କମ୍ପାନୀ ପାଖରେ ୬ଟି ବିଭିନ୍ନ ଭିନ୍ନ ଭାଷାରେ ୧୪ଟି ଚ୍ୟାନେଲ ରହିଛି । ଚ୍ୟାନେଲଙ୍କୁ ପ୍ରାୟ ୨୨୦ ମିଲିୟନ ଦର୍ଶକ ଦେଖିଥାନ୍ତି । ଏହାସହ ଏହାର ଡିଜିଟାଲ ପ୍ଲାଟଫର୍ମ ସହ ୩୬୨ ମିଲିୟନ ୟୁଜର ଯୋଡି ହୋଇ ରହିଛନ୍ତି ।