ହାର୍ଟ ସମସ୍ୟା ପାଇଁ ସାଜିଥାଏ ରାମବାଣ

ଲୋକ ସାଧାରଣତଃ ମୁଗ ଡାଲି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ମାନେ ଜାଣନ୍ତି କି ମୁଗଡାଲି ଆମ ଶରୀର ପାଇଁ କେତେ ଉପକାରୀ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ପ୍ରତିଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ।

ୟଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିରେ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ଗରମ ଦିନରେ ହିଟ ଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଡାଲି ଖାଇବା ଦ୍ୱାରା ହିଟ ଷ୍ଟ୍ରୋକ ହେବାର ଆଶଙ୍କା ହ୍ରାସ ପାଇଥାଏ । ଏହାବ୍ୟତୀତ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବା ସହ ହାର୍ଟ ଜନିତ ସମସ୍ୟାରୁ ବି ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଏହାର ଅନ୍ୟ ଲାଭ ବିଷୟରେ…

ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।

– ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।

– ମୁଗ ଡ଼ାଲିରେ ପ୍ରୋଟିନ ,ଭିଟାମିନ ଏ ,ବି ,ସି ଓ ଇ ଭରପୁର ମାତ୍ରାରେ ରହିଛି । ଏହା ସହିତ ମୁଗ ଡ଼ାଲିରେ ଫାଇବର ,ଫୋଲେଟ ,ମଗ୍ନେଶୀୟମ ,ଫସଫରସ ,ଆଇରନ ଭଳି ତତ୍ୱ ମଧ୍ୟ ରହିଛି । ଯାହା ଆମ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।

– ମୁଗ ଡାଲି ଇମ୍ୟୁନିଟିକୁ ବୃଦ୍ଧି କରିଥାଏ । ଏଥିରେ ଥିବା ପୋଷାକ ତତ୍ୱ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ । ସେଥିପାଇଁ ସକାଳୁ ଖାଲି ପୋଟରେ ଗଜା ମୁଗ ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।

– ମୁଗଡାଲି ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଠିକ ରହିଥାଏ । ଏଥିରେ ଥିବା ପୋକଟିନ ନାମକ ଫାଇବର ପାଚନ କ୍ରିୟାକୁ ସନ୍ତୁଳିତ କରେ l ଏହା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।