କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ କରିଥାନ୍ତି । ଏଥିସହ ହେୟାର କଲର କରିବା ଆଜିକାଲିର ଫେସନ ପାଲଟି ଗଲାଣି ।କଣ ଆପଣ ଜାଣନ୍ତି ଏହି ହେୟାର କଲର ଯୋଗୁ ଆପଣଙ୍କ କେଶ ନଷ୍ଟ ହୋଇପାରେ । ତେଣୁ କେଶ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।ପ୍ରତିଦିନ ରାସାୟନିକ କେଶ ରଙ୍ଗର ବ୍ୟବହାର କରନ୍ତୁ ନାହିଁ । କାରଣ ଏହି କେମିକାଲ ରଙ୍ଗ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।ଯଦି ଆପଣଙ୍କର ଆଜ୍ମା ସମସ୍ୟା ଅଛି, ତେବେ ଆପଣ କେମିକାଲ କେଶ ରଙ୍ଗ ଲଗାଇବା ଉଚିତ୍ ନୁହେଁ । କାରଣ ଆଜମା ରୋଗୀମାନେ ରାସାୟନିକ ପଦାର୍ଥ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।କେଶରେ କେମିକାଲ ରଙ୍ଗ ଲଗାଇବା ଦ୍ୱାରା କେଶ ବୃଦ୍ଧି ବନ୍ଦ ହୋଇଯାଏ । ଚୁଟିରେ ହେୟାର କଲର ଲଗାଇବା ଦ୍ବାରା ରୁପି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏଥିସହ ଚର୍ମ ସମସ୍ୟା ସୃଷ୍ଟି କରିପାରେ ।
Trending
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
Prev Post
Next Post