ସପ୍ତାହ ସାରା ପ୍ରେମରେ ଭିଜି ଥିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ଭାଲେଣ୍ଟାଇନ ଡେ’

ପ୍ରେମ ପାର୍ବଣରେ ପଡ଼ିବ ଯବନିକା। ଦେଇସାରିଛନ୍ତି ଗୋଲାପ। ମନର ଅକୁହା କଥାକୁ ବି ବ୍ୟକ୍ତ କରିସାରିଛନ୍ତି। ଚକୋଲେଟ ଦେଇ ସମ୍ପର୍କକୁ ମଧୁର କରିସାରିଛନ୍ତି। ସପ୍ତାହ ସାରା ପ୍ରେମରେ ଭିଜି ଥ‌ିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ପ୍ରେମ ଦିବସ ଅର୍ଥାତ ଭାଲେଣ୍ଟାଇନ ଡେ’। ଏଥିପାଇଁ ପ୍ରେମୀଯୁଗଳଙ୍କ ମନରେ ଉତ୍ସାହ ଆଉ ଉତ୍କଣ୍ଠା ସହିତ ଆବେଗ ଭରି ରହିଛି। ଏହାକୁ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅନେକ ଫୁଲ, କାର୍ଡ ଆଉ ଉପହାର ଧରି ପ୍ରସ୍ତୁତ ଥିବାବେଳେ ପାର୍କ, ମଲ୍, ରେସ୍ତୋରାଁ, ଲଙ୍ଗ ଡ୍ରାଇଭ ପାଇଁ ଯୋଜନା କରିଛନ୍ତି। ନିରୋଳାରେ ପରସ୍ପରକୁ ଭେଟିବେ। ପ୍ରେମ ସପ୍ତାହର ସାତ ଦିନର ସ୍ମୃତିକୁ ରୋମନ୍ଥନ କରିବା ସହ ଏକ ନୂଆ ସମ୍ପର୍କ ତିଆରି କରିବେ। ସବୁ ଅକୁହା କଥା ସରିଛି ମନଖୋଲି କହିଦେଇଛନ୍ତି ମନର ମଣିଷକୁ। ଏବେ ସାତଜନ୍ମର ବନ୍ଧନ ପାଇଁ ସମ୍ପର୍କକୁ ସୁଦୃଢ଼ କରିବେ। ସେହିପରି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଫୁଲ, ଉପହାର ବ୍ୟବସାୟୀ ବେଶ୍ ଉତ୍ସାହିତ ଅଛନ୍ତି।