ରାତିରେ ୭ ରୁ ୮ ଘଣ୍ଟା ଶୋଇବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଦିନସାରା ଆମ ବଡିରେ କେତେ ଏନର୍ଜି ରହିବ ତାହା ଆମ ଖାଦ୍ୟ ଉପରେ ନିର୍ଭର କରିଥାଏ । ଆମ ଖାଦ୍ୟରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଶରୀରରେ ମେଟାବୋଲିଜିମ୍ ବଢାଇ ଥାଏ ଏବଂ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ଥାଏ, ସେତେବେଳେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ସୂଚନା ଅନୁସାରେ,ଡକ୍ତର ଆୟୁଷ ଯାଦବ କହିଛନ୍ତି ଯେ ଥକାପଣର କାରଣ କେତେକ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହି ସମ୍ଭନ୍ଧୀୟ କିଛି କଥା ଜଣାଇବୁ ।ଭିଟାମିନ୍ ବି ୧୨ ଆମ ଶରୀରରେ ଏନର୍ଜି ପ୍ରଡକ୍ସନ୍ କରାଇବା ସହ ରେଡ୍ ବ୍ଲଡ୍ ସ୍ଲେସ୍ ମଧ୍ୟ ଯୋଗାଇ ଥାଏ । ଯଦି ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ହୁଏ, ତେବେ ଥକାପଣ ଏବଂ ଦୁର୍ବଳ ଲାଗିଥାଏ ।ଭିଟାମିନ୍ ଡି ଶରୀରରେ ଶକ୍ତି ଉତ୍ପାଦନ ଏବଂ ମାଂସପେଶୀକୁ କାର୍ଯ୍ୟରେ ଲଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏହି ପୋଷକ ତତ୍ତ୍ୱର ଅଭାବରୁ ଥକାପଣ ଏବଂ ମାଂସପେଶୀ ଦୁର୍ବଳ ହୋଇପାରେ ।ଶରୀରର କୋଷ ମଧ୍ୟରେ ଅକ୍ସିଜନ୍ ଦେବା ପାଇଁ ଆଇରନ୍ ଅନେକ ସାହାଯ୍ୟ କରିଥାଏ । ଆମ ଶରୀରରେ ଏହାର ଅଭାବ ଯୋଗୁ ଏନିମିୟା ଥପାପଣ ଭଳି ରୋଗ ହୋଇପାରେ । ଏହି ଅଭାବକୁ ଦୂର କରିବା ପାଇଁ, ରେଡ୍ ମିଟ୍, ବିନ୍ସ, ମସୁର ଡାଲି, ପାଳଙ୍ଗ ଏବଂ ଫେଟିଫାଇଡ୍ ଖାଦ୍ୟ ସେବନ କରିବା ଉଚିତ ।ଭିଟାମିନ୍ ସି ଆମ ଶରୀରକୁ ଶକ୍ତି ପ୍ରଦାନ କରିବାରେ ଅନେକ ସାହାଯ୍ୟ କରିଥାଏ । ଯଦି ଏହି ପୋଷକ ତତ୍ତ୍ୱର ଅଭାବ ଥାଏ ତେବେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ ହେବା ସାଧାରଣ କଥା ହୋଇଥାଏ । ତେବେ ଶରୀରରେ ଏହି ଅଭାବକୁ ପୂରା କରିବା ପାଇଁ ଆପଣ ଖଟା ଫଳ, ଷ୍ଟ୍ରବେରି, କିୱି, କ୍ୟାପ୍ସିକମ୍ ଏବଂ ଶାଗ ଖାଇବା ଉଚିତ୍ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ