ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଅଙ୍ଗୁରରେ ଭିଟାମିନ୍-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏଥିଯୋଗୁଁ ଶରୀର ବାହ୍ୟ ସଂକ୍ରମଣରୁ କେତେକାଂଶରେ ରକ୍ଷା ପାଇଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ନିକଟରେ ଜଣାପଡ଼ିଛି ଯେ, ଏଥିରେ ଥିବା ଉପକାରୀ ତତ୍ତ୍ୱ କ୍ୟାନ୍ସର ଆକ୍ରାନ୍ତ କୋଷ(ସେଲ୍)ଗୁଡ଼ିକୁ ବୃଦ୍ଧି କରିବାକୁ ଦେଇ ନ ଥାଏ। ଏଥିରେ ଫାଇବର୍ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ୍ର ମାତ୍ରାକୁ ସନ୍ତୁଳିତ ରଖେ। ଅଙ୍ଗୁରରେ ଭିଟାମିନ୍-କେ, କ୍ୟାଲସିୟମ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଥିବାରୁ ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post