ବ୍ରୋକଲି ଖାଇବା ଦ୍ୱାରା କଣ ଲାଭ ହୋଇଥାଏ 

ଆସନ୍ତୁ ଜାଣିବା …..

ସବୁଜ ରଙ୍ଗର କୋବି ବା ବ୍ରୋକଲି ପରିବାଟି ଅନ୍ୟ ପରିବା ଠାରୁ ଟିକେ ଅଲଗା । ଏହାକୁ ସାଲାଡ, ସୁପ ଓ ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡରେ ବ୍ୟବହାର କରାଯାଇଥାଏ । ଆପଣମାନେ ଯଦି ଏହାକୁ ଖାଆନ୍ତି ନାହିଁ । ତେବେ ନିହାତି ଭାବରେ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ । ମଧୁମେୟ ରୋଗୀଙ୍କ ଲାଗି ଏହାକୁ ଖାଇବା ବରଦାନ ସଦୃଶ ହୋଇଥାଏ । ଡାଇବେଟିସ ରୋଗୀଙ୍କ ରକ୍ତରୁ ଶର୍କରା ନିୟନ୍ତ୍ରଣ କରାଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ରୋଗକୁ ହ୍ରାସ କରାଇଥାଏ । ବ୍ରୋକଲି ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ଆସନ୍ତୁ ଜାଣିବା …..

୧. ଏକ ରିପୋର୍ଟ ଅନୁସାରେ ଜଣାଯାଇଛି ଯେ, ବ୍ରୋକଲିରେ ଅନେକ ପ୍ରକାରର ଭିଟାମିନସ, ମିନେରାଲସ, ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇଥାଏ । ରକ୍ତରେ ଶର୍କରା ପରିମାଣ କଣ୍ଟ୍ରୋଲ କରିଥାଏ ।

୨. ପନିପରିବା ଭିତରେ ଏହା ସର୍ବୋତ୍ତମ ପରିବା ଭିତରେ ଗଣାଯାଏ । ଡାଇବେଟିସ ରୋଗୀ ଏହାକୁ ଖାଇବା ଜରୁରୀ ହୋଇଥାଏ । ବଡିରେ ସୁଗାର ଥିଲେ ଏହା ହ୍ରାସ କରିଥାଏ ।

3. ବ୍ରୋକଲିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ଥିବାରୁ ଶରୀରରେ କୌଣସି କ୍ଷତ ବିକ୍ଷତ ହେଲେ ଏହି କ୍ଷତ ସ୍ଥାନକୁ ଶିଘ୍ର ପୁରଣ କରିବାରେ ସହାୟକ ହୋଇଥାଏ ।

୪. ଏହି ବ୍ରୋକୋଲି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଜାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର କର୍କଟ ରୋଗରୁ ରକ୍ଷା ମିଳିଥାଏ । ଯେପରି କି ପେଟ କର୍କଟ, ସ୍ତନ କର୍କଟ, କିଡନୀ କର୍କଟ ଓ ଶରୀରର ଅନ୍ୟ କୌଣସିବି କର୍କଟକୁ ରକ୍ଷା କରିବାରେ ସମର୍ଥ ହୋଇଥାଏ ।