ବାସ୍ତୁ ଟିପ୍ସ : ଗାଧୋଇବା ପାଣିରେ ମିଶାନ୍ତୁ ୪ଟି ଜିନିଷ, ରହିବନି ଧନର ଅଭାବ
ମେଟ୍ରୋଟିଭିଓଡିଶା (୪.୪.୨୦୨୨)
ପ୍ରତ୍ୟେକ ଲୋକର ଦିନଚର୍ଯ୍ୟା କିଛି ନିତ୍ୟକର୍ମ ଦ୍ୱାରା ଆରମ୍ଭ ହୋଇଥାଏ। ଆଉ ଏହିସବୁ ମଧ୍ୟରେ ଗାଧୋଇବା ମଧ୍ୟ ଅନ୍ୟତମ। ବ୍ୟକ୍ତି ସ୍ନାନ କରି ଦିନ ଆରମ୍ଭ କରିଥାଏ। ଏମିତିରେ ଯଦି ଗାଧୋଇବା ପାଣିରେ କିଛି ଜିନିଷ ମିଶାଇ ଗାଧାନ୍ତି, ତେବେ ବାସ୍ତୁ ଅନୁଯାୟୀ ଭାଗ୍ୟ ଉଦୟ ହୋଇଥାଏ। ଆପଣ ଗାଧୋଇବା ସମୟରେ ପାଣିରେ କିଛି ଜିନିଷ ମିଶାଇବା ଦ୍ୱାରା ଆପଣଙ୍କ ଖରାପ ସମୟ ଦୂର ହେବା ସହିତ ଶାରୀରିକ ବଳ ଏବଂ ଧନ ପ୍ରାପ୍ତ ହୋଇଥାଏ। ତେବେ ଜାଣନ୍ତୁ କ’ଣ..

ପାଣିରେ କ’ଣ ମିଶାଇ ଗାଧୋଇବେ:
ଆପଣ ଗାଧୋଇବା ପାଣିରେ ତେଲ ପକାଇ ଗାଧେଇବା ଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ମିଳିଥାଏ। ଧନଧାନ୍ୟରେ ଭରପୂର ରହିବା ପାଇଁ ଆଶୀର୍ବାଦ ମିଳିଥାଏ।
ବ୍ୟକ୍ତି ଗାଧୋଇବା ପାଣିରେ ଘିଅ ମିଶାଇ ସେହି ପାଣିରେ ଗାଧୋଇବା ଦ୍ୱାରା କେବଳ ତ୍ୱଚାରେ ଚମକ ନୁହେଁ ବରଂ ଶରୀର ମଧ୍ୟ ସୁସ୍ଥ ରହିଥାଏ।
ଗାଧୋଇବା ପାଣିରେ ସୁଗନ୍ଧିତ ଜିନିଷ ଯେପରିକି ଚନ୍ଦନ, ସୁବାସିତ ଫୁଲ ଇତ୍ୟାଦି ମିଶାନ୍ତି, ତେବେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ମା’ ଲକ୍ଷ୍ମୀଙ୍କ କୃପା ମିଳେ।
ଗାଧୋଇବା ପାଣିରେ କ୍ଷୀର ମିଶାଇ ଗାଧୋଇଲେ ଆପଣଙ୍କର ଆୟୁଷ ବଢିଥାଏ। ବ୍ୟକ୍ତି ଶାରୀରିକ ଭାବେ ବଳବାନ ହୁଏ।
ବ୍ୟକ୍ତି ଗାଧୋଇବା ପାଣିରେ ଗୁଜୁରାତି ଏବଂ କେସର ମିଶାନ୍ତି, ତେବେ ଆପଣଙ୍କର ଖରାପ ସମୟ ଦୂର ହୋଇଯାଏ।