ଆଖିକୁ ଆକର୍ଷଣୀୟ ଓ ବଡ଼ ଦିଶୁଥିବା ବମ୍ବେ ମିଠେଇ ପ୍ରତି ବିଶେଷ କରି ପିଲାମାନଙ୍କର ଆଗ୍ରହ କହିଲେ ନସରେ। ତେବେ ଚିନିରୁ ପ୍ରସ୍ତୁତ ହେଉଥିବା ଏହି ମିଠା ସାମଗ୍ରୀକୁ ପୁଡୁଚେରି ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ହାଲୁକା ମିଷ୍ଟାନ୍ନକୁ ପ୍ରସ୍ତୁତ କରିବାରେ ଏକ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପୁଡୁଚେରି ଉପରାଜ୍ୟପାଳ ତାମିଲସାହି ସୌନ୍ଦରାରାଜନ୍ ଗତ ଗୁରୁବାର ନିଜେ ଏହି ମର୍ମରେ ଏକ ଭିଡିଓ ବାର୍ତ୍ତା ତାଙ୍କ ସରକାରୀ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଛାଡ଼ି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ସହରର ଗଳିକନ୍ଦିରେ ବୁଲାବିକାଳି ବିକୁଥିବା ଏହି ଲୋଭନୀୟ ବମ୍ବେ ମିଠେଇକୁ କିଣିବାରୁ ଲୋକେ ନିବୃତ୍ତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। ସୂଚନାନୁଯାୟୀ, ଏହି ମିଠା ପ୍ରସ୍ତୁତିରେ ‘ରୋଡାମାଇନ୍-ବି’ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ମିଶୁଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଜାଣିପାରିଛନ୍ତି।ଆର୍ଏଚ୍ବି’ ନାମରେ ପରିଚିତ ଏହି ରାସାୟନିକ ସାଧାରଣତଃ ରଙ୍ଗ ଭାବରେ ବ୍ୟବହୃତ ହୋଇଥାଏ। ତେବେ ବମ୍ବେ ମିଠେଇ ସହ ମିଶି ଏହା ଆମ ଶରୀରକୁ ପ୍ରବେଶ କଲେ ତାହା ବିଭିନ୍ନ କୋଷ ଓ ତନ୍ତୁଠାରେ ଜାରକ କ୍ରିୟାରେ ବାଧା ଉପୁଜାଇଥାଏ। ଏପରିକି ଶରୀରରେ ଏହାର ଦୀର୍ଘକାଳୀନ ଅବସ୍ଥାନ ଯକୃତକୁ ଅକାମୀ କରିଦେବା ସହ କର୍କଟ ପରି ରୋଗକୁ ଆମନ୍ତ୍ରଣ କରିବାର ଆଶଙ୍କା ରହିଛି ବୋଲି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ (ଏନ୍ଆଇଏଚ୍) ସୂତ୍ରରୁ ଜଣାଯାଇଛି। ସେହିପରି ଖୁବ୍ କମ୍ ଅବଧି ଭିତରେ ଶରୀର ଭିତରକୁ ଅଧିକ ପରିମାଣର ‘ଆର୍ଏଚ୍ବି’ ପ୍ରବେଶ କଲେ ତାହା ସମଗ୍ର ଶରୀରକୁ ମଧ୍ୟ ଭୀଷଣ ଭାବରେ ବିଷାକ୍ତ କରିଦେଇପାରେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post