ବସନ୍ତଋତୁରେ ଗ୍ରୀଷ୍ମ ଭଳି ଖରା ହେଲାଣି। ଏମିତିରେ ଝାଳରେ ମେକ୍ଅପ୍ ଖରାପ ହୋଇଯିବାକୁ ନେଇ ଅନେକ ମହିଳାଙ୍କର ଚିନ୍ତା ବଢ଼ିଲାଣି। ତେଣୁ ଏଭଳି ଗରମରେ ବି ମେକ୍ଅପ୍କୁ କିପରି ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ…ମେକଅପ୍ ନେବା ପୂର୍ବରୁ ମାଇଲ୍ଡ କ୍ଲିଞ୍ଜରରେ ମୁହଁକୁ ସଫାକରି ଟୋନିଂ କରନ୍ତୁ। ଅଏଲି ସ୍କିନ୍ ହୋଇଥିଲେ ଅଏଲ ଆବ୍ଜର୍ବିଂ ଟୋନର ବ୍ୟବହାର କରନ୍ତୁ। ନଚେତ୍ ଅମୃତଭଣ୍ଡା, କାକୁଡ଼ି, ଟମାଟୋ ରସକୁ ପ୍ରାକୃତିକ ଟୋନର ଭାବେ ବ୍ୟବହାର କରିପାରିବେ।ସ୍କିନ୍ ଡ୍ରାଏ ହୋଇଥିଲେ ଏସ୍ପିଏଫ୍ ୧୫ ଯୁକ୍ତ ମଶ୍ଚରାଇଜର ବ୍ୟବହାର କରନ୍ତୁ।ଖରାରେ ମେକ୍ଅପ୍ ଅଧିକ ସମୟ ରହିବା ଲାଗି ହାଇଲି ପିଗ୍ମେଣ୍ଟେଡ୍ ନଚେତ୍ ଓ୍ବାଟରପ୍ରୁଫ୍ ଫାଉଣ୍ଡେଶନ ସବୁଠୁ ଭଲ ଅପ୍ସନ। କ୍ରିମ୍ ଫାଉଣ୍ଡେଶନ ନ ଲଗାଇ ଜେଲ୍ ବେସ୍ ଫାଉଣ୍ଡେଶନ ଲଗାନ୍ତୁ। ମନେରଖନ୍ତୁ ଏହିଦିନେ ଫାଉଣ୍ଡେଶନ ମୋଟା ଲେୟାରରେ ଆଦୌ ନ ଲଗାଇ ପତଳା କରି ଲଗାନ୍ତୁ ଏବଂ ୩ ମିନିଟ୍ ଶୁଖିବାକୁ ଛାଡ଼ି ଦିଅନ୍ତୁ।କାଜଲ୍, ଲାଇନର ଏବଂ ମସ୍କରା ବ୍ୟବହାର କରି ଲାଇଟ୍ ଆଇ ମେକ୍ଅପ୍ ନିଅନ୍ତୁ। ଲାଭେଣ୍ଡର, କୋରାଲ ପିଙ୍କ୍ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍ଅପ୍ ଖରାପ ଲାଗି ନ ଥାଏ।
Trending
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି
- ନବୀନ କାହାକୁ ଦେବେ ସମର୍ଥନ
- ପ୍ରବଳ ବର୍ଷା ସମ୍ଭାବନା
- ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର
Prev Post
Next Post