ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା ନୁହେଁ ବରଂ ବ୍ୟକ୍ତିର ଜନ୍ମ ଜାତକରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହ ବି ଶାନ୍ତ ହୋଇଥାନ୍ତି। ସବୁଦିନ ହେଉ କିମ୍ୱା ବିଶେଷ ପୂଜା ପର୍ବଣରେ ତିଳକ ଲଗାଯାଇଥାଏ। ଏ ସବୁ ତିଳକଠୁ ଚନ୍ଦନ ତିଳକୁ ଅଧିକ ଲାଭକାରୀ କୁହାଯାଏ।ତେବେ ଆସନ୍ତୁ ଜାଣିବା ତିଳକ ଲଗାଇଲେ ଫାଇଦା କାହିଁକି ମିଳେ। ତିଳକକୁ ଭଗବାନ ବିଷ୍ଣୁଙ୍କ ତାଜ ବୋଲି ମନାଯାଏ। ମଥାରେ ତିଳକ ଲଗାଇବା ଦ୍ୱାରା ବ୍ୟକ୍ତି କରିଥିବା ପାପରୁ ମୁକ୍ତି ହୋଇଥାଏ ଏବଂ ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ। ତିଳକକୁ ତ୍ରିଦେବ ଯଥା- ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରତିକ ବୋଲି ମଧ୍ୟ କୁହାଯାଏ। ଦେଖିବାକୁ ଗଲେ ତିଳକକୁ ନେଇ ବିଭିନ୍ନ ସଭ୍ୟତାରେ ଅଲଗା ଅଲଗା ତରିକା ଓ ମହତ୍ୱ ରହିଛି।ଶାସ୍ତ୍ର ଅନୁସାରେ ତିଳକ ଲଗାଇଲେ ଗ୍ରହପୀଡ଼ା ଦୂରହେବା ସହ ଅଟକିଥିବା କାମ ମଧ୍ୟ ସହଜରେ ହୋଇଥାଏ। ଦିନ ଅନୁସାରେ ଥିଳକ ପିନ୍ଧିଲେ ଶୁଭଫଳ ମିଳିଥାଏ। ମାନ୍ୟତା ଅଛି କି ସୋମବାର ଦିନ ଚନ୍ଦନ ତିଳକ ଲଗାଇଲେ ମନ ଶାନ୍ତ ରୁହେ। ମଙ୍ଗଳବାର ଦିନ ତିଳ ତେଲ ସହ ସିନ୍ଦୁର ମିଶାଇ ଲଗାଇଲେ ଶୁଭ ହୋଇଥାଏ। ବୁଧବାର ଦିନ ଶୁଖିଲା ସିନ୍ଦୁର ଲଗାଇଲେ ଭଗବାନଙ୍କ କୃପା ମିଳିଥାଏ।ଗୁରୁବାର ଦିନ ହଳଦୀଆ ଚନ୍ଦନ ବା ଗୁଣ୍ଡ ହଳଦୀକୁ ତିଳକ କରି ଲଗାଇଲେ ସୁଖ ସମୃଦ୍ଧି ମିଳିଥାଏ। ଶୁକ୍ରବାର ଲାଲ୍ ଚନ୍ଦନର ତିଳକ ଲଗାଇଲେ ଖୁସି ମିଳିଥାଏ। ଶନିବାର ଦିନ ଭଷ୍ମ ତିଲକ ଲଗାଇଲେ ଜୀବନର ସବୁ ବାଧା-ବିଘ୍ନ ଦୂର ହୋଇଥାଏ। ରବିବାର ମଧ୍ୟ ଲାଲ୍ ଚନ୍ଦନ ଲଗାଇଲେ ବ୍ୟକ୍ତିକୁ ସମାଜରେ ମାନ-ସମ୍ମାନ ମିଳିଥାଏ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post