ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା ନୁହେଁ ବରଂ ବ୍ୟକ୍ତିର ଜନ୍ମ ଜାତକରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହ ବି ଶାନ୍ତ ହୋଇଥାନ୍ତି। ସବୁଦିନ ହେଉ କିମ୍ୱା ବିଶେଷ ପୂଜା ପର୍ବଣରେ ତିଳକ ଲଗାଯାଇଥାଏ। ଏ ସବୁ ତିଳକଠୁ ଚନ୍ଦନ ତିଳକୁ ଅଧିକ ଲାଭକାରୀ କୁହାଯାଏ।ତେବେ ଆସନ୍ତୁ ଜାଣିବା ତିଳକ ଲଗାଇଲେ ଫାଇଦା କାହିଁକି ମିଳେ। ତିଳକକୁ ଭଗବାନ ବିଷ୍ଣୁଙ୍କ ତାଜ ବୋଲି ମନାଯାଏ। ମଥାରେ ତିଳକ ଲଗାଇବା ଦ୍ୱାରା ବ୍ୟକ୍ତି କରିଥିବା ପାପରୁ ମୁକ୍ତି ହୋଇଥାଏ ଏବଂ ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ। ତିଳକକୁ ତ୍ରିଦେବ ଯଥା- ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରତିକ ବୋଲି ମଧ୍ୟ କୁହାଯାଏ। ଦେଖିବାକୁ ଗଲେ ତିଳକକୁ ନେଇ ବିଭିନ୍ନ ସଭ୍ୟତାରେ ଅଲଗା ଅଲଗା ତରିକା ଓ ମହତ୍ୱ ରହିଛି।ଶାସ୍ତ୍ର ଅନୁସାରେ ତିଳକ ଲଗାଇଲେ ଗ୍ରହପୀଡ଼ା ଦୂରହେବା ସହ ଅଟକିଥିବା କାମ ମଧ୍ୟ ସହଜରେ ହୋଇଥାଏ। ଦିନ ଅନୁସାରେ ଥିଳକ ପିନ୍ଧିଲେ ଶୁଭଫଳ ମିଳିଥାଏ। ମାନ୍ୟତା ଅଛି କି ସୋମବାର ଦିନ ଚନ୍ଦନ ତିଳକ ଲଗାଇଲେ ମନ ଶାନ୍ତ ରୁହେ। ମଙ୍ଗଳବାର ଦିନ ତିଳ ତେଲ ସହ ସିନ୍ଦୁର ମିଶାଇ ଲଗାଇଲେ ଶୁଭ ହୋଇଥାଏ। ବୁଧବାର ଦିନ ଶୁଖିଲା ସିନ୍ଦୁର ଲଗାଇଲେ ଭଗବାନଙ୍କ କୃପା ମିଳିଥାଏ।ଗୁରୁବାର ଦିନ ହଳଦୀଆ ଚନ୍ଦନ ବା ଗୁଣ୍ଡ ହଳଦୀକୁ ତିଳକ କରି ଲଗାଇଲେ ସୁଖ ସମୃଦ୍ଧି ମିଳିଥାଏ। ଶୁକ୍ରବାର ଲାଲ୍ ଚନ୍ଦନର ତିଳକ ଲଗାଇଲେ ଖୁସି ମିଳିଥାଏ। ଶନିବାର ଦିନ ଭଷ୍ମ ତିଲକ ଲଗାଇଲେ ଜୀବନର ସବୁ ବାଧା-ବିଘ୍ନ ଦୂର ହୋଇଥାଏ। ରବିବାର ମଧ୍ୟ ଲାଲ୍ ଚନ୍ଦନ ଲଗାଇଲେ ବ୍ୟକ୍ତିକୁ ସମାଜରେ ମାନ-ସମ୍ମାନ ମିଳିଥାଏ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post